ମା ମହୁରୀ କାଳୁଆ ( Story Of Maa Mahuri Kalua ) ebahi ଓଡ଼ିଆ

Mahuri_Kalua ebahi odia
Mahuri_Kalua ebahi odia

Story Of Maa Mahuri Kalua ମା ମହୁରୀ କାଳୁଆ

ମା ‘ ସେ  ତ  ସଭିଙ୍କର  ମା  | କି  ଜୀବ କି ଜଡ ସମସ୍ତ ବିଷୟରେ ସୃଷ୍ଟି ଅଧିକାରିଣୀ ମା |

ଭଗବାନ ଶ୍ରୀ କୃଷ୍ଣଙ୍କ ସ୍ଥିତିକୁ ମହାନତାର ସ୍ଥାନଦେଇ ବାରମ୍ବାର ଏହି ସୃଷ୍ଟିକୁ ପ୍ରସବ କରିଚାଲିଛି ଅବିରାମ ଗତିରେ | ନାହିଁ  ତା’ର  ସ୍ୱାର୍ଥ ,ନାହିଁ  ତା’ର ଗର୍ବ, ନାହିଁ  ତା’ର କଷ୍ଟ, ନାହିଁ  ତା’ର ଦୁଃଖ, ନାହିଁ  ତା’ର ଅସହିଷ୍ଣୁତା ଏହି ସେହି ‘ମା’ | ଆନନ୍ଦମୟୀ, ଶକ୍ତିମୟୀ, ମଙ୍ଗଳମୟୀ, ଭକ୍ତିମୟୀ, ସୃଷ୍ଟିର ଆଧାର ସ୍ୱରୂପିଣୀ ଜଗତ୍ ଜନନୀ  ସ୍ନେହମୟୀ  ମା

ବ୍ରହ୍ମପୁର ଠାରୁ ପଶ୍ଚିମରେ 15କି.ମି ଦୂରରେ “ମା ମହୁରୀ କାଳୁଆ’ଙ୍କ ଆସ୍ଥାନ | ଏକ ମନୋହରଣୀୟ ପାହାଡର ଅଭ୍ୟନ୍ତରରେ, ସବୁଜ ବନାନୀ  ପରିବେଷ୍ଟିତ ଅଂଚଳରେ ସିନ୍ଦୁର ମଣ୍ଡିତା କରୁଣାମୟୀ ମା କାଳୁଆ ଅବସ୍ଥାନ କରିଛନ୍ତି | ପ୍ରଥମେ ଏହି ପର୍ବତର ଶିଖରର କନ୍ଦରରେ ଉଭାହୋଇ, ଜନୈକ ପୂଜକ ଦ୍ୱାରା ପୂଜା ପାଇ ଆସୁଥିଲା | ଏହି ସ୍ଥାନ ଘଞ୍ଚ ଜଙ୍ଗଲ ପାହାଡ ପରିପୂର୍ଣ ଥିବା ଯୋଗୁଁ ଜନସାଧାରଣ ମାଙ୍କ ସ୍ଥାନରେ ଦର୍ଶନ ପାଇଁ ପହଂଚିବା ଅତି ଦୁର୍ଗମ  ଥିଲା |

କିମ୍ବଦନ୍ତୀ କହେ – ଦିନକର  ଘଟଣା | ପୂଜକ ମହାଶୟ ମାଙ୍କ ପୂଜା ସେବା  ସାରି ସାଙ୍ଗରେ ନେଇଥିବା ପୂଜା ଢାଳଟିକୁ ଛାଡି ଫେରି ଆସୁଥିବା ଅର୍ଦ୍ଧପଥରେ, ହଠାତ ଢାଳକଥା ମନେ ପଡିବାରୁ ଯୋଗୁଁ ପୁନର୍ବାର ଲେଉଟିଥିଲେ ମାଙ୍କ ସ୍ଥାନକୁ | ସେଠାରେ ତାଙ୍କର ଏକ ଅଦ୍ଭୁତ ଦୃଶ୍ୟ ଦୃଷ୍ଟିଗୋଚର ହୋଇଥିଲା | ଦେଖନ୍ତି ତ ମା  କାଲୁଆଙ୍କୁ ସହ ଗାନଦେବୀ ଭୋଜନରତା ଥିଲେ | ପୂଜକ ଏହି ସ୍ଥିତିରେ କିଂକର୍ତ୍ତବ୍ୟ ବିମୁଢ ହୋଇ ଠିଆହେବାର ଦେଖି, ମା ପୂଜା ଢାଳ ଟିକୁ ତଳକୁ ଗଡ଼ାଇଦେଲେ କହିଥିଲେ – ହେ ପୂଜକ ! ତୁମେ  ଆଉ  ଏଠାକୁ ଆସିବାର ଆବଶ୍ୟକତା  ପଡ଼ିବ ନାହିଁ  | ଏହି ଢାଳ  ଗଡିଯାଇ ଯେଉଁ ସ୍ଥାନରେ ସ୍ଥାନିତ ହେବ, ସେହିଠାରେ ମୁଁ  ଅବସ୍ଥାନ କରିବି | ସେହିଠାରେ ହିଁ  ମୋର ପୂଜା ଅର୍ଚନା କରିବ | ଏହା ତ ବିଧି ନିର୍ଦ୍ଧିଷ୍ଟ | ମାଙ୍କ ପ୍ରଧାନ  ଉଦେଶ୍ୟ ଥିଲା ଭକ୍ତଙ୍କ ଦର୍ଶନ ସୁଲଭତା ପାଇଁ | ସେହି  ସମୟଠାରୁ ନିର୍ଦ୍ଧିଷ୍ଟ ସ୍ଥାନରେ ପୂଜା ପାଇଁ ଆସୁଥିଲେ | ପରବର୍ତ୍ତୀ ସମୟରେ ବର୍ତ୍ତମାନର ମୁଖ୍ୟ ମନ୍ଦିର ଅତି ମନୋରମରେ ନିର୍ମାଣ କରି ପୀଠ ଉପରେ ଦେବୀଙ୍କୁ ପ୍ରତିଷ୍ଠା କରିଅଛନ୍ତି | ଯାହାକି  ଆମ ଗଂଜାମ ଜିଲ୍ଲାର ଏକ ପ୍ରତ୍ୟକ୍ଷ ପ୍ରସିଦ୍ଧ ଦେବୀ ରୂପେ ପରିଚିତ | ଦେବୀଙ୍କ ପୀଠ ନିକଟରେ “ଶୈବ ପୀଠ” ରହିବା ବିଧେୟ | ଅତଏବ “ଶ୍ରୀ କାଳେଶ୍ଵର ମହାଦେବ ” ନାମରେ ମାଙ୍କ ଆସ୍ଥାନ ନିକଟରେ ନିର୍ମାଣ କରାଯାଇଛି | ପ୍ରତ୍ୟକ ସଂକ୍ରାନ୍ତି ଓ ପବିତ୍ର ଦିନ ମାନଙ୍କରେ ଭକ୍ତମାନଙ୍କର ପ୍ରବଳ ଭିଡ ହୋଇଥାଏ | ଯାତ୍ରା ଉତ୍ସବ ହୋଇଥାଏ | ବହୁ ପସରା, ଭୋଗ ସାମଗ୍ରୀ, ହୋଟେଲ, ଦୋକାନ ଆଦି ବସା ଯାଇଛି | ମନ୍ଦିର ମୁଖ ଶାଳାର  ସମ୍ମୁଖରେ ଏକ  ଅଶାକ ଗଛ ମାଙ୍କ ଧ୍ୟାନରେ ଦଣ୍ଡାୟମାନ ହୋଇ, ଭକ୍ତଗଣଙ୍କ ଶୋକ ସନ୍ତାପ ଦୂର କରୁଅଛନ୍ତି |କାଲୁଆଙ୍କୁ ଉତ୍ତା ( ଆବିର୍ଭାବ ) ସ୍ଥାନକୁ “ନିଜ କାଳୁଆ ” କହନ୍ତି | ସହି  ସ୍ଥାନ ଦର୍ଶନ କରିବା  ପାଇଁ କିଛି ପାହାଚ ଅତିକ୍ରମ କରିଲା ପରେ ପଥୁରିଆ ରାସ୍ତା ଦେଇ ଯିବାକୁ ପଡିଥାଏ | ତାଙ୍କର ମୁଖ ଶାଳା ଦୁଇଟି ବଡ ପଥରର  ଏକ ସଂକୀର୍ଣ୍ଣ ରାସ୍ତା | ସତେ ଅବା ଏହି ମାଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କର ଏକ ପରୀକ୍ଷାର ଦ୍ୱାରା ଅଟେ | ଏହା ମଧ୍ୟ୍ୟ ସତ୍ୟ ଯେ -ଶ୍ରଦ୍ଧା, ବିଶ୍ୱାସ, ପ୍ରେମ ଭକ୍ତିର ସହ ସନ୍ତାନ ଯେବେ ଡାକିଦିଏ ଥରେ ହୃଦୟ କନ୍ଦରରୁ ମାଆ ……………….ଆ ………………..ଲୋ ………ତା’କୁ ନିଶ୍ଚିତ ଶୁଣାଯାଏ “ମା” ର ଭରସା ମଧୁର ବାଣୀ ………ଓ……ଓ ……ଓ

Posted on