ଶନିଙ୍କ ପ୍ରଭାବ Lord Shani Dev Power ( odia ) lord Shivji & ShaniDev Story ebahi odia

ପୌରାଣିକ ଯୁଗର କଥା । ଏହି କି ଶ୍ରୀ ଶ୍ରୀ ଶିବଙ୍କର ଆସ୍ଥାନ ଶ୍ମଶାନ ସ୍ଥଳୀଟି ବୋଲି କଥିତ ଅଛି।

ଏକଦା ମାତା ପାର୍ବତୀ ଶିବଙ୍କୁ କହିଲେ, ସ୍ୱାମୀ ! ଦେଖ ଦୁନିଆରେ ଜନ ସମୂହ ବଡ ବଡ କୋଠାବାଡି କରି ସାଜସଜ୍ଜା ସହ ପୋଇଲି ପରିବରୀ ରଖି ମହା ଆଡମ୍ବରରେ ଚଳୁଛନ୍ତି। କିନ୍ତୁ ଆମେ ଏହି ଶବ ପାଉଁଶ କୁଢ଼ ଶ୍ମଶାନର ଆଡରେ ଖୋଲା ସ୍ଥାନ ରେ ବନ ବାସ କରୁଛେ । ଆମେ କ’ଣ  ଅଟ୍ଟାଳିକା କରି ପୋଇଲେ ପରିବାର ବର୍ଗ ରଖି ଚଳିଲେ ହୁଅନ୍ତା ନାହିଁକି ? ତହୁଁ ଶିବ ପାର୍ବତୀଙ୍କ କଥା ଶୁଣି ଖୁସି ମନରେ ସାଙ୍ଗେ ସାଙ୍ଗେ ସ୍ୱର୍ଗରୁ ବିଶ୍ୱକର୍ମାଙ୍କୁ ଡକାଇ ଆଦେଶ ଦେଲେ ଅତି ରମଣୀୟ ଭାବେ ଗୋଟିଏ ଅଟ୍ଟାଳିକା ତିଆରି କରିବା ପାଇଁ। ସଙ୍ଗେ ସଙ୍ଗେ ବିଶ୍ୱକର୍ମା ଅଟ୍ଟାଳିକା ଗଢିବାରେ ଲାଗିପଡି, କିଛିଦିନ ମଧ୍ୟରେ ଅତି ସୁନ୍ଦର ମନୋରମଭାବେ ମହଲଟିଏ ତିଆରି କରିଦେଲେ । ଏଥିରେ  ମା ପାର୍ବତୀ ଆତି ତୃପ୍ତି ଲାଭ କରି ଉଲ୍ଲସିତ ବଦନରେ ଶିବଙ୍କୁ କହିଲେ , ଦେଖ ପ୍ରଭୁ ! ଏତେ ସୁନ୍ଦର ମନ ମୁଗ୍ଧକର ଉଆସଟିଏ ହୋଇଗଲା । ଏହା ମଧ୍ୟରେ ପ୍ରବେଶ ପୂର୍ବରୁ ଏହାର ପ୍ରତିଷ୍ଠା କରିବାକୁ ହେବ ସିନା । ପ୍ରତିଷ୍ଠା ବିହୀନ ସ୍ଥାନରେ ବସକରିବା ନିଷେଧ । ଶିବ ଶୁଣି ଖୁସି ହୋଇ କହିଲେ ଆରେ ! ହଁ ତ ନିଶ୍ଚୟ ପ୍ରତିଷ୍ଠା କରିବାକୁ ହେବ କହି, ସଙ୍ଗେ ସଙ୍ଗେ ଶୁଭଲଗ୍ନ ଦିନଟିଏ ବାହାର କରି ସ୍ୱର୍ଗ, ମୂର୍ତ୍ତ ପୁରରେ ନିମନ୍ତ୍ରଣ ଚଳାଇଦେଲେ ଯେ ସର୍ବ ଦେବା ଦେବୀ ମୋର ଏହି ଉଆସ ପ୍ରତିଷ୍ଠା ଉପଲକ୍ଷେ ହେଉଥିବା ଉର୍ତ୍ସଵରେ ଯୋଗଦାନ କରିବେ।

ନିର୍ଦ୍ଧିଷ୍ଟ ସମୟରେ ଉତ୍ସବ ଆରମ୍ଭ । । ସମସ୍ତ ଦେବାଦେବୀ ଉତ୍ସବରେ ଯୋଗଦାନ କଲେ । ହଠାତ୍ ଶିବଜୀ ଦେଖିଲେ ଯେ ସର୍ଵ ଦେବାଦେବୀ ଉପସ୍ଥିତି ମଧ୍ୟେ ନାରଦ ମହର୍ଷିଙ୍କ ଦେଖା ଦର୍ଶନ ନାହିଁ । ତାଙ୍କର ଅନୁପସ୍ଥିତି ଶିବଜୀଙ୍କୁ ଅପମାନ ବୋଧ ହେଲା । କ୍ଷୁବ୍ଧ ହୋଇ କହିଲେ ସମସ୍ତେ ମୋର ନିମନ୍ତ୍ରଣକୁ ସାଦରେ ରକ୍ଷା କରିଲେ । ଅଥଚ ନାରଦଙ୍କ ଏଡ଼େ ବହପ , ଏଡ଼େ ଗର୍ବ ଯେ ମୋର ଅନୁରୋଧକୁ ଭଙ୍ଗ କରି ଆସିଲେ ନାହିଁ ? ହେଉ କରି ଚୁପ୍ ଚାପ୍  ରହିଗଲେ । ସେହି ଦିନ ଉତ୍ସବଟି ମହାସମାରୋହରେ ପାଳିତ ହେଲା ଠିକ୍ ତା’ର ପରଦିନ ନାରଦ ମହର୍ଷି ଆସି ଶିବଜୀଙ୍କ ନିକଟରେ ଉପସ୍ଥିତ ହେଲେ।

ଶିବଜୀ ନାରଦଙ୍କୁ ଦେଖି କ୍ଷୁବ୍ଧ ହୋଇ କହିଲେ , କାଲି କାହିଁକି ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ନାହିଁ ?  ତହୁଁ ଟିକିଏ ବିରସ ମନ ଦେଖାଇ କହିଲେ , ଦେଖନ୍ତୁ ମୁଁ ଜାଣିବାକୁ ପାଇଲି ଯେ ଏହି ଅତି କମନୀୟ ଅଟ୍ଟାଳିକା ଅର୍ଥାତ୍ ଉଆସେ ଉପରେ ସନିଙ୍କର କୋପଦୃଷ୍ଟି ପଡିଛି । ସେ ଭାଙ୍ଗି ଚୁର୍ ମାର୍ କରିଦେବେ । ତେଣୁ ମୋ ମନରେ ଅଶାନ୍ତି ହେବାରୁ ଆସିଲି ନାହିଁ । ଏହା ଶୁଣୁ ଶୁଣୁ ଶିବଜୀଉ ପ୍ରଚଣ୍ଡ କ୍ରଧୋନ୍ନିତ ହୋଇ କହିଲେ , ଶନିର ଏଡ଼େ ଗର୍ବ ଯେ ମୋ ଅଟ୍ଟାଳିକା ଭାଙ୍ଗିଦେଵ ! ଦେଖିବା କ’ଣ କରିପାରେ । ତହୁଁ ମା ପାର୍ବତୀ ଶୁଣୁ ଶୁଣୁ କହିଲେ – ସ୍ୱାମୀ , ତୁମେ ଯାଅ ତାଙ୍କୁ ପଚାରିବ ନାରଦଙ୍କ ବାଣୀ ସତ୍ୟ କି ? ସେ ଯଦି ସତ୍ୟବୋଲି କହନ୍ତି ତେବେ ତୁମେ ତୁମର ଡମ୍ବରୁଟି ବଜାଇଦେଵ ଯେ ମୁଁ ଜାଣିବି ଶନିଙ୍କ ପ୍ରଭାବ ନିଶ୍ଚୟ ଆମ ଅଟ୍ଟାଳିକା ଉପରେ ପଢିବ । ତହୁଁ ସେ ଭାଙ୍ଗିବା ପୂର୍ବରୁ ମୁଁ ନିଜେ ସ୍ୱ ହସ୍ତରେ ଭାଙ୍ଗିଦେବି । ଶନି ଭାଙ୍ଗିବାକୁ ଅବା କାହିଁକି ଦେବି ? ଉଭୟଙ୍କ ମଧ୍ୟେ ଏହି ସର୍ତ୍ତ ରହିଲା । ଶିବଜୀ ତତ୍ ଷଣାତ୍ ଶନିଙ୍କ ନିକଟକୁ ଚାଲିଲେ । ଶନିଙ୍କର ନିକଟରେ ଶିବଜୀ ପହଁଞ୍ଚିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଚାହିଁବା ସଙ୍ଗେ ସଙ୍ଗେ ସସମ୍ମାନେ ଆସନଦେଇ ପୁଛାକଲେ , ପ୍ରଭୁ ! ଆପଣଙ୍କ ଉପସ୍ଥିତିର କାରଣ କ’ଣ ଜାଣିପାରେ କି ? ତହୁଁ ଶିବଜୀ କହିଲେ , ମୁଁ ଜାଣିବାକୁ ପାଇଲି ଯେ ମୋର ଅଟ୍ଟାଳିକା ଉପରେ ତୁମର କୋପ ଦୃଷ୍ଟି ଅଛି , ଅତେଏବ ତୁମକୁ ପଚାରିବା ଅର୍ଥେ ଆସିଅଛି । ଏହାଶୁଣି ଆଶ୍ଚର୍ଯ୍ୟ ଭଙ୍ଗୀରେ ଶନି କହିଲେ , ପ୍ରଭୁ ! ଆପଣ ଦେବାଦେବୀ ମହାଦେବ ମୁଁ ଛାର ଶନି ଗ୍ରହ , ଆପଣଙ୍କର ବା କ’ଣ କରିପାରିବ ? ଆପଣ ଏହି କଥା ମନରୁ ଭୁଲି ଯାଆନ୍ତୁ । ଏହା କହି ଶନି , ଶିବଜୀଙ୍କ ସଙ୍ଗେ ଖୁସି ଆଳାପ ଆରମ୍ଭ କରିଦେଲେ । ଆଳପରେ ଶିବଜୀ ଶାନ୍ତ ହୋଇଥିବା ଜାଣିପାରି ଶନି ଶିବଜୀଙ୍କୁ କହିଲେ , ପ୍ରଭୁ ! ଆପଣଙ୍କର ତାଣ୍ଡବ ନୃତ୍ୟ ଦେଖିବାରେ ମୋର ମନ ଆଗ୍ରହାନ୍ବିତ । ଅତଏବ ମନୋମୁଗ୍ଧକର ତାଣ୍ଡବ ନୃତ୍ୟ କରି ମୋତେ ଟିକିଏ ଦର୍ଶନ କରାନ୍ତୁ । ଏହି ଶିବ ଶୁଣିବା ସଙ୍ଗେ ସଙ୍ଗେ , ତାଙ୍କର ଏହି ଅତିପ୍ରିୟ ତାଣ୍ଡବ ନୃତ୍ୟ ଆରମ୍ଭ କରିଦେଲେ । ଅତଏବ ତାଙ୍କର ହସ୍ତରେ ଥିବା ଡମ୍ବରୁ ଆପେ ବାଜି ଉଠିଲା । । ଅର୍ଥାତ୍ ଶିବ ମହାଖୁସି ମନରେ ଡମ୍ବରୁ ବଜାଇ ତାଣ୍ଡବ କରିବାକୁ ଲାଗିଲେ । ଏଣେ ମା ପାର୍ବତୀ ସ୍ୱାମୀଙ୍କ ସହ ଯାହାକି ସର୍ତ୍ତ ଥିଲା – ଯଦି ଶନି ଆମ କଥାରେ ରାଜି ନ ହୁଅନ୍ତି ତେବେ ଶିବଜୀ ଡମ୍ବରୁ ବଜାଇବେ , ଫଳରେ ପାର୍ବତୀ ଉଆସକୁ ନିଜେ ଭାଙ୍ଗି ପକାଇବେ , ଶନିକୁ ଅବା କାହିଁକି ଭାଙ୍ଗିବାକୁ ଦେବେ ! ତେଣୁ ଯେମିତି ଶିବଙ୍କ ତାଣ୍ଡବ ନୃତ୍ୟରେ ଡମ୍ବରୁ ବାଜି ଉଠିଛି , ମାତା ପାର୍ବତୀ ନିଜେ ସ୍ଥିର ହୋଇଗଲେ ଯେ ଡମ୍ବରୁ ବାଜା ବଜାଇ , ତାଙ୍କୁ ଉଆସକୁ ଭାଙ୍ଗିବାକୁ ପ୍ରଭୁ ନିର୍ଦ୍ଦେଶ ଦେଇଛନ୍ତି । ଭାବିବାପାଇଁ ସମୟ ନ ଲଗାଇ ସଙ୍ଗେ ସଙ୍ଗେ ନିଜ ହସ୍ତରେ ଏଡ଼େ ସୁନ୍ଦର ଉଆସକୁ ଭାଙ୍ଗି ଚୁର୍ ମାର୍ କରିଦେଲେ ଓ ପୂର୍ବେ ସ୍ଥାନରେ ବସି ରହିଲେ ଶିବଜୀଙ୍କ ଆଗମନର ଅପେକ୍ଷାରେ । ତେଣେ ଶିବଜୀ ନୃତ୍ୟ କରି କରି ହାଲିଆ ହେଲେ ବେଳକୁ ଶନି କହିଲେ ପ୍ରଭୁ ! ଆଉ ନୃତ୍ୟ କରନ୍ତୁ ନାହିଁ , ବହୁତ ହାଲିଆ ହୋଇଗଲେଣି ।

ତହୁଁ ଶିବ ନୃତ୍ୟ ବନ୍ଦକରି ସ୍ୱସ୍ଥାନ ସ୍ମଶାନରେ ତିଆରି ଉଆସ ନିକଟକୁ ପ୍ରତ୍ୟାବର୍ତ୍ତନ କରି ଯାହା ଦେଖିଲେ ସେଥିରେ ସେ ଆଶ୍ଚର୍ଯ୍ୟ ହେବାର କାରଣ ନାହିଁ ବୋଲି ନିଜକୁ ନିଜେ ହୋଡିଦେଲେ । ମା ପାର୍ବତୀ ମଧ୍ୟ ଜାଣିପାରିଲେ ସର୍ତ୍ତର ଭୁଲ ଧାରଣରେ ଏହା ଘଟିଛି । ଏଥିରୁ ଅନୁମେୟ ଶନି କଳେ , ବଳେ କୌଶଳରେ କୌଣସି ସମୟରେ ଦେବତା ବା ନର ହେଉ ନିଶ୍ଚୟ ତା’ର ପ୍ରଭାବ ପକାଇ ଦେଇଥାଏ । ଏହା ଭାବି ଉଭୟେ ଖୁବ୍ ହସି ହସି ସ୍ଵଆସନରେ  ଆସୀନ ଧ୍ୟାନରେ ରହିଲେ ।

😍THE END 😍

Posted on