odia-story-of-child-kids-indrajeet-murtyu-rahasya-ebahi-odia

ଇନ୍ଦ୍ରଜିତର ମୃତ୍ୟୁ ରହସ୍ୟ

ରାବଣ ପୁତ୍ର ଇନ୍ଦ୍ରଜିତ ବ୍ରହ୍ମାଙ୍କ ଠାରୁ ବରପ୍ରାପ୍ତ ହୋଇଥିଲେ ଘୋର ତାମସିକ ତପସ୍ୟା ତଥା ରାଜସିକ ତପସ୍ୟାରେ ସନ୍ତୁଷ୍ଟ କରି । ତାମସିକ ରୀତିରେ ପୂଜା ଆରାଧନା କରି ମହାଦେବଙ୍କୁ ମଧ୍ୟ ସନ୍ତୁଷ୍ଟ କରିଥିଲେ । ବ୍ରହ୍ମାଙ୍କ ବରପ୍ରାପ୍ତିରେ ଇନ୍ଦ୍ରଜିତର ମରଣ କେତେ ଗୁଡିଏ ସର୍ତ୍ତକୁ ନେଇଥିଲେ ।
ଯଥା-

odia story of child & kids- indrajeet murtyu rahasya (ebahi odia)

୧) ବାରବର୍ଷ ଯାଏଁ ଯିଏ ନିଦ୍ରା ଯାଇ ନଥିବ ।
୨) ବାରବର୍ଷ ଯାଏଁ ଯିଏ ଅନାହାରରେ ଥିବ ।
୩) ବାରବର୍ଷ ଯାଏଁ ଯିଏ ସ୍ତ୍ରୀ ସହବାସ କରି ନଥିବ ।
( ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିଥିବ ।
ଶ୍ରୀରାମଚନ୍ଦ୍ର ମଧ୍ୟ ଇନ୍ଦ୍ରଜିତକୁ ମାରିବାକୁ ସକ୍ଷମ ହୋଇନଥିଲେ । କାରଣ ଉପର ଲିଖିତ ତିନୋଟି ସର୍ତ୍ତ ରକ୍ଷା ତାଙ୍କ ନିକଟରେ ନଥିଲା । ତହୁଁ ଲକ୍ଷ୍ମଣ କହିଲେ ପ୍ରଭୁ ! ମୁଁ ଇନ୍ଦ୍ରଜିତକୁ ମାରିବା ପାଇଁ ସକ୍ଷମ ହୋଇପାରିବି । କାରଣ ତିନୋଟିଯାକ ସର୍ତ୍ତରକ୍ଷା କରିପାରିଛି । ରାମଚନ୍ଦ୍ର କହିଲେ , ତୁମେ ବାରବର୍ଷ ଯାଏଁ କିପରି ଖାଇନାହିଁ ? ଲକ୍ଷ୍ମଣ ଉତ୍ତର ଦେଲେ ଭାଇ ! ତୁମେ ଖାଇବାକୁ ଦେଇଥିବା ପୁଡାସବୁ ଏକ ସ୍ଥାନରେ ଜମା ରଖିଛି । ତହୁଁ ହନୁମାନଙ୍କୁ ପଠାଗଲା ସତ୍ୟ ପ୍ରମାଣ ପାଇଁ । ପୁଡ଼ିଆ ସବୁ ବୋହି ଆଣି ଗଦା କରିଦେଲେ ପର୍ବଥ ସମାନେ । ଗଣନା କରାଗଲା। । ଗଣିବା ପରେ ସାତୋଟି (୭ଟି) ପୁଡା ନିଅଣ୍ଟ ପଡିଲା । ଅତଏବ ରାମଚନ୍ଦ୍ର କହିଲେ ସାତୋଟି ପୁଡା ତୁମେ ଖାଇଛ । ମିଛ କହୁଛ । ଲକ୍ଷ୍ମଣ କହିଲେ ୭ଦିନ ଖାଇବା ପାଇଁ ମୁଁ ପୁଡା ପାଇ ନାହିଁ । ପ୍ରମାଣ ଦେଖାଇବାକୁ ଯାଇ କାରଣ ଦେଖାଇଛନ୍ତି –

odia story of child & kids- indrajeet murtyu rahasya (ebahi odia)

୧) ପିତୃସତ୍ୟ ପାଳନ ପୂର୍ବକ ବନସ୍ତରେ ଅଵସ୍ଥାନ କରିଥିବା ସମୟରେ ଭ୍ରାତା ଭରତଙ୍କ ଠାରୁ ପିତା ଦଶରଥଙ୍କ ମୃତ୍ୟୁଖବର ପାଇଁ ସମସ୍ତେ ସେହିଦିନ ଅଭୁକ୍ତ ରହିଥିଲେ ।
୨) ମାୟା ମୃଗ ରୂପୀ ମାରିଚିର ଅନ୍ୱେଷଣରେ ଯାଇ , ବଧକରି କୁଟୀରକୁ ଫେରି , ସୀତା ଅପହୃତା ହୋଇଥିବା ଦେଖି ତାଙ୍କ ଅନ୍ୱେଷଣରେ ଦୁହେଁ ସେହି ଦିନ ଅଭୁକ୍ତ ରହିଥିଲେ ।
୩) ରାବଣ ଦ୍ବାରା ଅପହୃତ ସୀତାଙ୍କ ମାୟା ମୁଣ୍ଡ ଛେଦନକୁ ଦେଖି ବିଳାପ କରି ଦୁହେଁ ଅଭୁକ୍ତ ରହିଥିଲେ ।
୪) ବାଳୀକୁ ଵଧକରି ମିତ୍ର ସୁଗ୍ରୀବଙ୍କୁ ରକ୍ଷା କରିଥିଲେ ରାମଚନ୍ଦ୍ର । ଅତଏବ ବାଳୀକୁ ବିନା କାରଣରେ ଆଢୁଆଳରେ ରହି ମାରିଥିବା ଯୋଗୁଁ ରାମଚନ୍ଦ୍ର ନିଜେ ଦୋଷୀ ସାବ୍ୟସ୍ତ ହୋଇ ଖାଇବାକୁ ମନବଳାଇ ନଥିଲେ ତେଣୁ ଦୁହେଁ ମନ କଷ୍ଟରେ ଅଭୁକ୍ତ ରହିଥିଲେ ।
୫) ମହିରାଵଣ ଯେତେବେଳେ ତା’ର ତାମସିକ ପୂଜାର ଦେବୀଙ୍କଠାର ସେ ଦୁହିଁଙ୍କୁ ବଳିଦେବା ଉଦ୍ଦେଶ୍ୟରେ ପାତାଳକୁ ନେଇ ଯାଇଥିଲା ସେହିଦିନ ଦୁହେଁ ଅଭୁକ୍ତ ରହିଥିଲେ ।
୬) ( ଲକ୍ଷ୍ମଣ କହୁଛନ୍ତି ) ତାଙ୍କୁ ଯେଉଁଦିନ ଇନ୍ଦ୍ରଜିତ ଶକ୍ତିଭେଦ କରି ଚେତନା ଶୂନ୍ୟରେ ପକାଇ ଦେଇଥିଲା , ସେହିଦିନ ଦୁହେଁ ଅଭୁକ୍ତ ରହିଥିଲେ । କିନ୍ତୁ ଆପଣ ହିଁ ମୋର ଚେତନା ଶକ୍ତିର ଆଧାର ହୋଇ ଶକ୍ତିଭେଦରୁ ମୁକ୍ତି କରିଦେଇଥିଲେ । କିନ୍ତୁ ଆପଣଙ୍କର ମହିମା ଅପାର । ଆପଣଙ୍କର ଭଗବତ୍। ସତ୍ତାର ନିର୍ଦ୍ଦେଶରେ , ଜାମ୍ବବାନଙ୍କ ଦ୍ଵାରା ହୁନମାନ ପ୍ରେରିତ
ହୋଇ ଲଙ୍କାପୁରୀର ” ବୈଦ୍ୟରାଜ ସୁଷେଣ ” ଙ୍କୁ ତାର ଗୃହ ସହ ଉଠାଇ ଆଣି ପୁଣି ତାଙ୍କ ନିର୍ଦ୍ଦେଶରେ ଔଷଧ ଆଣିବା ପାଇଁ ଯାଇ ଗନ୍ଧମାର୍ଦ୍ଦନ ପର୍ବତ ଉଡାଇ ଆଣିଥିଲେ ଉଚିତ ସ୍ଥାନକୁ । ଆଉ ସେଥିରେ ଔଷଧ ଲଗାଇ ମୋତେ ଶକ୍ତି ଭେଦରୁ ମୁକ୍ତି ଦେଇଥିଲେ ସୁଷେଣଙ୍କ ଦ୍ବାରା ସେହିଦିନ ମୋର ଆଘାତରେ ମନଦୁଃଖରେ ତୁମେ ଖାଇନାହଁ କି ମୁଁ ଖାଇନାହିଁ , ଦୁହେଁ ଅଭୁକ୍ତ ରହିଥିଲେ । ( ତୁଳସୀ ରାମାୟଣରୁ ଉଦ୍ଧୃତ । )
odia story of child & kids- indrajeet murtyu rahasya (ebahi odia)
୭) ସେ ଦୁହେଁ ଇନ୍ଦ୍ରଜିତ ଦ୍ବାରା ନାଗଫାଶ ବନ୍ଧନରେ ପଡି ସେହିଦିନ ଅଭୁକ୍ତ ରହିଥିଲେ । ଉଚିତ ସମୟରେ ପ୍ରଭୁ ! ତୁମେ ଗରୁଡଙ୍କୁ ସ୍ମରଣ କରି ଡାକିଥିଲେ ଆମ୍ଭ ନିକଟକୁ । ଗରୁଡ ବେଦ ଧ୍ଵନୀକରି ପହଁଞ୍ଚିଯାଇଥିଲେ ଆମେ ନାଗଫାଶ ବନ୍ଧନ ଖୋଲିବା ପାଇଁ । ଗରୁଡ଼ ପ୍ରଭୁଙ୍କୁ ନାରାୟଣ ନାମ ଧରି ପହଁଞ୍ଚିଯିବା ମାତ୍ରେ ନାଗ ସର୍ପମାନେ ବନ୍ଧନରୁ ମୁକୁଳି ଆଖି ପିଛୁଳାକେ ଛତ୍ରଭଙ୍ଗ ଦେଇ ଖସି ଚାଲିଯାଇଥିଲେ ପ୍ରଭୁ ! ରାମଙ୍କୁ ପ୍ରଣିପାତ ହୋଇ । ସର୍ପରାଜ ଯେ ଲକ୍ଷ୍ମଣ ଏବଂ ସର୍ପ ଧାରୀଯେ ଶ୍ରୀରାମ ସର୍ପ ଅଧାରୀ ଯେ ଶ୍ରୀରାମ , ତେବେ ଇନ୍ଦ୍ରଜିତ କାହାକୁ ଅବା କାହା ସାହାଯ୍ୟରେ ବନ୍ଧନ କରିବ ? ସବୁ ତ ପ୍ରଭୁ ଭଗବାନଙ୍କ ନିର୍ଦ୍ଦେଶ ଓ ଖେଳଘର । ପ୍ରଭୁ ଏଠାରେ ସର୍ପ ଓ ଗରୁଡ଼ଙ୍କର ସ୍ଥାନକୁ ଖୁବ୍ ସୁନ୍ଦର ଭାବେ ରଚନା କରିଛନ୍ତି ।
ଅତଏବ ଲକ୍ଷ୍ମଣ ଏହି ଉପରଲିଖିତ ତିନୋଟି ସର୍ତ୍ତ ଉପରେ ସମ୍ପୂର୍ଣ୍ଣ ଆଧାରିତ ହୋଇଥିବା ଯୋଗୁଁ ଶ୍ରୀରାମ ବାଧ୍ୟ ହୋଇଛନ୍ତି ଲକ୍ଷ୍ମଣଙ୍କୁ ଆଦେଶ ଦେଇ ଇନ୍ଦ୍ରଜିତକୁ ମାରିବାକୁ ଏବଂ ଅଗ୍ରଜ ଶ୍ରୀରାମଙ୍କ ସୁରକ୍ଷାରେ ନିମନ୍ତେ ଅଗ୍ରସର ହୋଇ ଅନୁଜ ଲକ୍ଷ୍ମଣ ମହାପରାକ୍ରମୀ ରାବଣ ପୁତ୍ର ଇନ୍ଦ୍ରଜିତକୁ ଅନାୟାସରେ ଵଧ କରିପାରିଥିଲେ ।

https://www.ebahi.in/odia-story-of-child-kids-indrajeet-murtyu-rahasya-ebahi-odia/
https://www.ebahi.in/odia-story-of-child-kids-indrajeet-murtyu-rahasya-ebahi-odia/

THE END
odia story of child & kids- indrajeet murtyu rahasya (ebahi odia)
THANK YOU ALL FOR READING THIS STORY

 

More

750cookie-checkodia story of child & kids- indrajeet murtyu rahasya